Manu Dash (India) is a poet, editor, translator, publisher and curator of Odisha Art & Literature Festival. He has 18 books to his credit. He joined ‘Anam’ writers’ movement, an anti-establishment movement in Odia literature just before the Emergency in India. He writes in English as well as in Odia, his native language.

 

 

 

Deutsch

 

SÜDWIND

 

 

Wie der Fluss sein Flussbett ändert,

wird die Geschichte ihre Strömung ändern

 

Das Dorf der Ahnen wird von uns verlassen.

Nur eine lange  gequälte Nacht findet man jetzt

drinnen wie draußen.

 

Die Baumwolle gleicht einem Haufen Wolken

weggeflogen.

Niemand weiß wohin.

Der Himmel voll glitzernder Sterne

saß lange trübsinnig.

Jetzt sitzt  dort der Mond schweigend,

wie ein einziger Zuschauer lautlos

vor einer Bühne.

 

Weder Fußspuren im Flussbett

 

noch kleine Wellen

im Dorfteich wird man sehen.

Weder wird mein Spiegelbild

im Wasser zu mir schwimmen

Noch wird man die  Zeichnung

des Flusskrebs entziffern.

 

Es ist beschlossen:

Aus der Brust der Erde

wird dieses Dorf  verblassen,

wie das Sindoor von der Stirn einer Witwe.

Wie junge Sprossen eines Bambusbusches

wird  eine neue Fabrik errichtet hier

Die Wichtigen haben heimlich ihre Entscheidung gefällt

Ein einzige Theater ist diese Dorfversammlung  nur.

 

 

Sorgen verbreiten ihre Krallen in mir

fortgehen muss ich mit meiner ganzen Welt ,

mit der Familie, samt  drei Ziegen und sieben Hühnern.

Weiß nicht,

ob in der neuen Welt

ich meine alten Bekannten finden werde,

Pflanzen und Mistkäfer.

 

Wer weiß,

ob es dort auch Südwind gibt,

mein Freund aus der Kindheit.

 

Wenn ich an ihn denke,

erinnere ich mich,

wie er durch die finsteren Gassen  unseres Dorfes

mich besuchen kam

kutschiert  in einem Chaudola* von,  einem Schmetterlingsschchwarm.

Sie sangen

Hakumtaal Hakumtaal**

Ich gehe fort mein Herr

Wenn Ihr es sagt,

aber schickt bitte

den Südwind und die Schmetterlinge

hinterher.

 

  * Reich verzierte Sänften mit Götzenbilder von Krishna die während des Frühlingsfestes Dola Purnima in Odisha von Anhängerinnen getragen wird

 ** Gesag von SänftenTräger

 

Übersetzt von Sarita Jenamani & Dr. Helga Neumayer

 

Odia

 

 

 

 

ଦକ୍ଷିଣା  ପବନ

ନଈ ଶେଯ ବଦଳେଇଲା ପରି

ରାତି ପହିଲେ

ବଦଳିଯିବ ଇତିହାସ ଧାରା

ସାତ ପୁରୁଷ ପ୍ରିୟ ଗାଁକୁ

ଦବାକୁ ହବ  ଛାଡପତ୍ର

 ଏବେ କେବଳ ଲମ୍ବା ରାତିଟିଏ

ଡହଳ ବିକଳ ହଉଚି

ଭିତରେ ଆଉ ବାହାରେ

ଫଟା ଗଦିର ତୁଳା ପରି

ମେଞ୍ଚାଏ ଧଳା ମେଘ

ଉଡ଼ିଗଲେଣି  କେବେଠୁ

 କୁଆଡେ ଯାଆନ୍ତି ଏମାନେ

କେହି ବତାନ୍ତି  ନାହିଁ  ଠିକଣା

ତାରାଙ୍କ  ଚିକମିକ ଜରି ପୋଷାକରେ

ଗୁମ ମାରି ବସିଥିଲା ଆକାଶ କେବେଠୁ

ଏବେ ଆସି ଚୁପଚାପ ବସିପଡିଲାଣି ଜହ୍ନ

ଯେମିତି ଅପେରା ପେଣ୍ଡାଲ ସାମ୍ନାରେ

ଖାଲି ଚଉକିରେ ବସିପଡ଼େ  ଦର୍ଶକଟି

 

ଏବେ ଆଉ ଗାଁ ମୁଣ୍ଡ ନଈପଠାରେ

ପଡ଼ିବନି ପଦଚିହ୍ନ ,

ନା ପୋଖରୀ ପାଣି ରେ ଖେଳିବନି

କୁନି କୁନି ତରଙ୍ଗ,

ନା ଜଳ ଦର୍ପଣ ରେ ଫେରିଆସିବନି

ମୋର ପ୍ରତିବିମ୍ଵ

ନା ବୁଝିବାକୁ ପଡ଼ିବନି

ନଈପଠା ରେ କଣ ସବୁ ଆଙ୍କୁଥାଏ

ବାଲି କଙ୍କଡ଼ା

କଥା ସାରିଛି

ଗାଁ ଲିଭିଯିବ ପୃଥିବୀ ଛାତିରୁ

ବିଧବା ସିନ୍ଦୁର ପରି;

ଏଇଠି ଠିଆ ହେବ

ଗୋଟେ ନୂଆ କାରଖାନା

ବାଉଁଶ ବୁଦା ରେ ଗଜା ବାହାରିଲା ପରି

କଥା ଦେଇସାରିଛି ଗାଁ ମୁଖିଆ

ସାଆନ୍ତ କୁ ଗୋପନ ରେ

'ପଲ୍ଲିସଭା' ଗୋଟେ ବାହାନା

 

ମଲା ଲୋକ ର ବୁଢାନଖ ଗଜୁରିବା ପରି
ବଢି ଚାଲିଛି  ଦୁଶ୍ଚିନ୍ତା  ଏଇନେ
ତିନିଟା ଅଭିଆଡ଼ି ଛେଳି
ଆଉ ସାତଟା  କୁକୁଡ଼ା ବି ଯିବେ
ମୋ ସଂସାର ସହ,
ଜାଣେନା  ନୂଆ ଜାଗାରେ  ମିଳିବ
କି ନାହିଁ ଗୋବର ପୋକ,
ଥିବ କି ନାହିଁ ଲଟା ପତ୍ର?

 


କିଏ ଜାଣେ
ସେଠି ଥିବା କି ନାହିଁ ଦକ୍ଷିଣ ପବନ
ଯାହା ସହ  ମୁଁ ମଇତ୍ର ବସିଛି
ପିଲା  ବେଳରୁ

 

ଏଇ ଦକ୍ଷିଣା ପବନ କଥା  ଭାବିଲେ
ଆପେ ଆପେ  ମାନେ ପଡ଼ିଯାଏ
କିମିତି ସେ ଆମ ଗାଁ ଅନ୍ଧାରୁଆ
ଗୋହିରି ବାଟ ଦେଇ
ଆସିଥିଲା ଭେଟିବାକୁ
ଚଉଦଳା  ପରି ଦୋହଲି ଦୋହଲି
ଯାହାକୁ ଦଳେ ରଙ୍ଗୀନ ପ୍ରଜାପତି
ଟାଣୁଥିଲେ ଗାଇ ଗାଇ:
ହାକୁମ ତାଲ ହାକୁମ ତାଲ ...


କହୁଚ  ଯଦି
ଯିବି ସାଆନ୍ତେ,
ହେଲେ ମୋ ସାଙ୍ଗରେ  ବି
ପଠାଇଦେବ ଯେମିତି ହେଲେ
ଦକ୍ଷିଣା ପବନ ଆଉ ପ୍ରଜାପତିଙ୍କୁ